ଭୁବନେଶ୍ୱର: ବଜେଟକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରେସମିଟ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ବଜେଟ ନୀତିହୀନ, ଦିଶା ହୀନ, ଦୃଷ୍ଟି ହୀନ । ଯୁବକ, ଚାଷୀ, ଗରିବ, ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ । ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢିଛି । ସେହିପରି ଏଥର କେନ୍ଦ୍ର ବଜେଟରେ ଉତ୍ସର୍ଗୀକୃତ ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା ଲାଗି ଘୋଷଣା ହୋଇଛି। ଭାରତର ପ୍ରସ୍ତୁତି କ୍ଷେତ୍ରକୁ ଶକ୍ତିଶାଳୀ କରିବା ଏବଂ ଜରୁରୀ ଖଣିଜ ପଦାର୍ଥର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଲାଗି ଏହି କରିଡର ସକ୍ଷମ ହେବ। ଏହି କରିଡର ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ସଂଯୋଗ କରିବ। ରେୟାର ଆର୍ଥ ପର୍ମାନେଣ୍ଟ ମାଗନେଟ ଲାଗି ଏକ ଯୋଜନା ଗତବର୍ଷ କରାଯାଇଥିଲା। ଏହି କରିଡରର ବହୁ ଆଧୁନିକ ପ୍ରଯୁକ୍ତିର ଉପଯୋଗ ହେବ।










