28.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଶେଷ କଲେ କେନ୍ଦ୍ର ସରକାର

ୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଶେଷ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ତେଲ କମ୍ପାନିଗୁଡ଼ିକୁ ବଡ଼ ଆଶ୍ୱସ୍ତି । ଭାରତ ସରକାରଙ୍କ ନିଷ୍ପତ୍ତିରେ ତେଲ କମ୍ପାନିଗୁଡ଼ିକ ପାଇଁ ଖୁସି ଖବର ଆସୁଥିବା ନଜର ଆସୁଛି । ଭାରତ ସରକାର ୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ପରେ ଓଏନଜିସି (ଓଏନଜିସି ), ଅୟଲ ଇଣ୍ଡିଆ ଏବଂ ରିଲାଏନ୍ସ ପରି କମ୍ପାନିଗୁଡ଼ିକୁ ବଡ଼ ଆଶ୍ୱସ୍ତି ମିଳିପାରେ । ଅଶୋଧିତ ତୈଳ ଉପରୁ ୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଏବଂ ସେସ୍‌ ହଟାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ସରକାର ଏଟିଏଫ୍, ପେଟ୍ରୋଲ୍, ଡିଜେଲ୍ ରପ୍ତାନୀରୁ ସ୍ୱତନ୍ତ୍ର ଅତିରିକ୍ତ ସୀମା ଶୁଳ୍କ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୨ ଜୁଲାଇ ମାସରେ ସରକାରଙ୍କ ଦ୍ୱାରା ଏହି ଟିକସ୍ ଲାଗୁ କରାଯାଇଥିଲା । କେନ୍ଦ୍ର ସରକାର ପ୍ରାୟ ଅଢେଇ ବର୍ଷ ପରେ ୱିଣ୍ଡ୍‌ଫଲ୍ ଟିକସ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଅଶୋଧିତ ତେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିବା ସମୟରେ ସରକାର ଏହି ଟିକସ ଲାଗୁ କରିଥିଲେ । ଏବେ ଅର୍ଥ ମନ୍ତ୍ରଣାଳୟ ଏହି ଟିକସକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ ସରକାର ଅଶୋଧିତ ତୈଳର ଅନ୍ତରାଷ୍ଟ୍ରୀୟ ମୂଲ୍ୟରେ ହ୍ରାସ ଭିତରେ ଘରୋଇ ସ୍ତରରେ ଉତ୍ପାଦିତ କ୍ରୁଡ୍ ଅୟଲ ଏବଂ ବିମାନ ଇନ୍ଧନ (ଏଟିଏଫ୍), ପେଟ୍ରୋଲ ଏବଂ ଡିଜେଲ ରପ୍ତାନୀ ଉପରେ ୩୦ ମାସ ପୁରୁଣା ଟ୍ୟାକ୍ସ ଶେଷ କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏହା ଉପରେ ଏକ ବିଜ୍ଞପ୍ତ ଉପସ୍ଥାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking