24.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶବୋମା ଧମକ ନେଇ ସୋସିଆଲ୍‌ ମିଡିଆ ‘ଏକ୍ସ’ ଉପରେ ବର୍ଷିଲେ କେନ୍ଦ୍ର ସରକାର

ବୋମା ଧମକ ନେଇ ସୋସିଆଲ୍‌ ମିଡିଆ ‘ଏକ୍ସ’ ଉପରେ ବର୍ଷିଲେ କେନ୍ଦ୍ର ସରକାର

ମୁମ୍ବାଇ: ଗତ କିଛି ଦିନ ହେବ ଅନେକ ଭାରତୀୟ ଘରୋଇ ତଥା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ବୋମା ଧମକ ମିିଳିଥିବା ବେଳେ, କେନ୍ଦ୍ର ସରକାର ବୁଧବାର ସୋସିଆଲ ମିଡିଆ ସହ ଏକ ବୈଠକ କରି ସମାଧାନର ବାଟ ଖୋଜିଛନ୍ତି।ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଏୟାରଲାଇନ୍ସ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଓ ମେଟାର ଅଧିକାରୀମାନଙ୍କ ସହ ଏକ ବୈଠକ ଡକା ଯାଇଥିଲା। ସେଥିରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନଙ୍କ ଉପରେ ବର୍ଷି ଯାଇଛନ୍ତି। ଦିଲ୍ଲୀ ପୁଲିସ୍ ଅଭିଯୁକ୍ତ ବ୍ୟବହାରକାରୀଙ୍କ ସୋସିଆଲ୍‌ ମିଡିଆ ଆଇଡି କିମ୍ବା କିଛି ଡୋମେନର ସବିଶେଷ ତଥ୍ୟ ପାଇବାରେ ବିଫଳ ହେବା ପରେ କେନ୍ଦ୍ର ମାଇକ୍ରୋବ୍ଲଗିଂ ସାଇଟକୁ ଏବେ ଏହି ଦାୟିତ୍ବ ଦେଇଛନ୍ତି।ବେଙ୍ଗାଲୁରୁ ଅଭିମୁଖେ ଆକାସା ଏୟାର ବିମାନକୁ ଟାର୍ଗେଟ କରି ଏକ୍ସ ମାଧ୍ୟମରେ ମିଳିଥିବା ବୋମା ଧମକ ପରେ ଅକ୍ଟୋବର ୧୬ ତାରିଖରେ ପ୍ରଥମ ମାମଲା ପଞ୍ଜିକୃତ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking