25.1 C
Bhubaneswar
Thursday, March 26, 2026
Homeଓଡିଶାବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ

ଭୁବନେଶ୍ୱର: ଆଜି ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ । ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହେବା ନିଶ୍ଚିତ ଭାବରେ ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି । ଆଜି ୧୦୮୮ ଜଣ ଷଷ୍ଠ ବ୍ୟାଚ୍‌ର ଛାତ୍ରଛାତ୍ରୀ ଦୃଢ଼ ସଂକଳ୍ପ ଓ ଆତ୍ମବିଶ୍ୱାସର ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏବେ ପାଦ ରଖିବା ସହ ଏଠାରୁ ଶିକ୍ଷାଲାଭ କରିଥିବା ଦକ୍ଷତା ବିକାଶମୂଳକ ଶିକ୍ଷାକୁ ନିଜ ପାରଦର୍ଶିତାରେ ପରିଣତ କରି ନିଜର ଉପସ୍ଥିତି ଜାହିର କରିବେ ଏବଂ ଭବିଷ୍ୟତ ପିଢ଼ି ପାଇଁ ମାର୍ଗଦର୍ଶକ ସାବ୍ୟସ୍ତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଫେଷ୍ଟୋ ସହଭାଗିତାରେ ସ୍ମାର୍ଟ ମାନୁଫ୍ୟାକଚରିଂ ଓ ସcିନେଡ୍‌ର ସହଭାଗିତାରେ ଇଣ୍ଡଷ୍ଟି୍ରଆଲ ଅଟୋମେସନ୍‌ କେନ୍ଦ୍ର ପରି ଦୁଇଟି ଉତ୍କର୍ଷ କେନ୍ଦ୍ରକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଏହି ବ୍ୟାଚ୍‌ର ୯୩ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ସୁନାମଧନ୍ୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇସାରିଛନ୍ତି । ତା’ ମଧ୍ୟରୁ ୯୪ ଜଣ ଛାତ୍ର ୟୁଏଇରେ ଏମିରଲ୍‌ ଏବଂ ଜିନ୍ଦଲ ସ ଭଳି ପ୍ରମୁଖ କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ବଡ଼ ବଡ଼ କର୍ପୋରେଟ ସଂସ୍ଥା ଜନ୍‌ସନ୍‌ ଲିଫଟ୍‌ସ୍‌, ରିଲାଏନ୍ସ ସୋଲାର, ଜିନ୍ଦଲ ଷ୍ଟିଲ, ଫୁଜିଟେକ୍‌, ଜେଏସ୍‌ଡବ୍ଲୁ, ଟାଟା ଷ୍ଟିଲ, ଟାଟା ଅଟୋକମ୍ପ, ଏୟାରଟେଲ, ୱିପ୍ରୋ ଏରୋସ୍ପେସ୍‌ ଭଳି କମ୍ପାନୀଗୁଡ଼ିକ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସେହିପରି ଟାଟାର ଆଇଏଚ୍‌ଏଲ୍‌ସି, ଗ୍ରୀନ୍‌ଟ୍ରେଣ୍ଡ, ଭିଏଲ୍‌ସିସି, ଜାେୱଦ୍‌ ହବିବ୍‌, ମହିନ୍ଦ୍ରା ସ୍ୱସ୍ତି ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ସ୍କୁଲ ଅଫ୍‌ ସର୍ଭିସେସ୍‌ରୁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଉଛନ୍ତି । କିଛି ଛାତ୍ର ବାର୍ଷିକ ୫.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍‌ ପାଉଛନ୍ତି । ଯାହାକି ଏଠାରେ ପ୍ରଦାନ କରାଯାଉଥିବା ତାଲିମ୍‌ର ଗୁଣବତ୍ତା ଓ ଆମ ଯୁବପିଢ଼ିଙ୍କର ଦକ୍ଷତା ବିକାଶ ଉତ୍କର୍ଷର ପ୍ରତିଫଳନ । ଆଜି ଦୁଇଟି ନୂତନ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ ହେବା ପରେ ଏହି କେନ୍ଦ୍ରଗୁଡ଼ିକ ନିଶ୍ଚିତ ଭାବରେ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ସମକକ୍ଷ କରି ତାଲିମ ପ୍ରଦାନ ସହ ଶିଳ୍ପର ଚାହିଦା ଅନୁଯାୟୀ ପ୍ରସ୍ତୁତ କରିବା ଓ ଏହା ସହ ସେମାନେ ‘ସ୍କିଲଡ୍‌-ଇନ୍‌-ଓଡ଼ିଶା’ ବ୍ରାଣ୍ଡକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆମ୍ବାସାଡ଼ର ଭାବେ କାର୍ଯ୍ୟ କରିବେ । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଓ କର୍ପୋରେଟ୍‌ ଜଗତର ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking