19.1 C
Bhubaneswar
Friday, February 6, 2026
Homeଓଡିଶାବୀଣାପାଣି ବିଦ୍ୟାମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ପାଳନ

ବୀଣାପାଣି ବିଦ୍ୟାମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ପାଳନ

ଯାଜପୁର: ଯାଜପୁର ଜିଲ୍ଲା ସୀମାନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ଚରପଡ଼ା ଠାରେ ଥିବା ବୀଣାପାଣି ବିଦ୍ୟାମନ୍ଦିର ର ଶିଶୁଦିବସ ରେ ସ୍କୁଲ ର ବାର୍ଷିକ ଉତ୍ସବ ପଣ୍ଡିତ ମହେଶ୍ୱର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରିଷ୍ଟ ଶ୍ରମିକ ନେତାକଳିଙ୍ଗ ନଗର ପୁସ୍ତକ ମେଳା ର ସଭପତି ବିଦ୍ୟାଧର ମହାନ୍ତି ମୁଖ୍ୟ ଅତିଥି, ବିଶିଷ୍ଟ ସମାଜ ସେବୀ ତଥା ଖରସୋତI ପୁସ୍ତକ ମେଳା ର ସଭାପତି ପଦ୍ମକର ଗୁରୁ ମୁଖ୍ୟ ବକ୍ତI ଓ ସମ୍ମାନିତ ଅତିଥି ଭାବେ ଜ୍ଞାନରଞ୍ଜନ ଜେନା, ସଂଜୟ କୁମାର ସାମଲ, ଅକ୍ଷୟ ବେହେରା, ବଟକୃଷ୍ଣ ପଣ୍ଡା ଅନଙ୍ଗ ଉଦୟ ବେହୁରିଆ ଓ ଉତ୍ତମ କୁମାର ଦାସ ପ୍ରମୁଖ ଯୋଗ ଦେଇ ଭାରତ ରତ୍ନ ତଥା ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହେରୁ କ ଦେଶ ପାଇଁ ତ୍ୟାଗ ନୂତନ ଭାରତ ଗଠନ ରେ ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ତଥା ବୈଦେଶିକ ନୀତି କୁ ଉଚ୍ଚ ପ୍ରଶଂସା କରିବା ସହିତ ଆଜିବି ତାଙ୍କର ଦୃତ ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରତିଷ୍ଠା ଅବିଷ୍ମଣୀୟ ତାଙ୍କର ମୂଖ୍ୟ ଲକ୍ଷ୍ୟ ଥିଲା ଶିଶୁ ହସିଲେ ଦେଶ ହସିବ ସେହି ଦିନ ଠାରୁ ତାଙ୍କର ଜନ୍ମ ଜୟତିରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି ବୋଲି ବକ୍ତI ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଶେଷରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସମ୍ପାଦକ ଲୋତକ ବିଂଦୁ ଦାସ ଙ୍କ ପ୍ରଚେଷ୍ଟା ଯୋଗୁ ଏହିଆଞ୍ଚଳରେ ସ୍କୁଲ ପ୍ରତିଷ୍ଠା କୁ ଉଚ୍ଚ ପ୍ରଶଂସା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking