28.1 C
Bhubaneswar
Monday, July 1, 2024
Homeଓଡିଶାଧାନ ମଣ୍ଡିରେ ଲାଗିବ ସିସିଟିଭି : ମନ୍ତ୍ରୀ

ଧାନ ମଣ୍ଡିରେ ଲାଗିବ ସିସିଟିଭି : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଆସିବା ପରେ ଦୁର୍ନୀତିକୁ ଚେକ ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଏବେ ଧାନ ମଣ୍ଡିରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସବୁ ଧାନମଣ୍ଡିରେ ସିସି କ୍ୟାମେରା ଲଗାଇବା ଭଳି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମଣ୍ଡିରେ ଦୁର୍ନୀତିକୁ ରୋକିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ । ମଣ୍ଡିରେ ସିସି କ୍ୟାମେରା ଲଗାଯିବା ସହ ଧାନ ନେଇ ଯାଉଥିବା ଗାଡ଼ିରେ ମଧ୍ୟ ଜିପିଏସ ଲାଗିବ । ଆସନ୍ତା ୨ ମାସରେ ଏନେଇ ଯୋଜନା କରାଯାଇ କାର୍ଯ୍ୟକାରୀ କରାଯିବ । ଏଥିସହ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking