17.1 C
Bhubaneswar
Wednesday, December 10, 2025
Homeଓଡିଶାସାମ୍ନାକୁ ଆସିଲା ସିସିଟିଭି ଫୁଟେଜ: ଏଫଏମ ଛାତ୍ରୀ ନିଜେ ପେଟ୍ରୋଲ ଆଣିଥିଲେ

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ: ଏଫଏମ ଛାତ୍ରୀ ନିଜେ ପେଟ୍ରୋଲ ଆଣିଥିଲେ

ବାଲେଶ୍ବର: ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ଆଉ ଏକ ଅପଡେଟ ଖୁଲାସା ହୋଇଛି । ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ , ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ଏକ ସାଇକେଲରେ ଯାଇ ନିକଟ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ଆଣିଥିଲେ । ପେଟ୍ରୋଲ ବୋତଲ ଥିବା ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ରୁମକୁ ଯାଇଥିଲେ , ଯେଉଁଠି କଲେଜ ଅଧ୍ୟକ୍ଷଙ୍କ ସହ ବିଭାଗର ଏଚଓଡିଙ୍କ ସହ ଅନ୍ୟ ଛାତ୍ରମାନେ ଉପସ୍ଥିତ ଥିଲେ । ସେଠାରୁ ବାହାରକୁ ଆସି  କଲେଜ୍ ଗେଟ୍ ପାଖରେ ନିଜେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପୂର୍ବରୁ କିନ୍ତୁ ଅନ୍ୟ ଜଣେ ଛାତ୍ରୀ ଯାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିଥିବା କଥା କହିଥଲା କ୍ରାଇମବ୍ରାଞ୍ଚ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking