ଭୁବନେଶ୍ୱର: ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟଭି କ୍ୟାମେରା। କେନ୍ଦ୍ର ଓ ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅପରାଧ ଦୁର୍ନୀତି ରୋକିବାକୁ ବଡ ପଦକ୍ଷେପ ନିଆଯାଇଛି । ଅତିକମରେ ୫ ଶହ ମିଟର ଯାଏଁ ସିସିଟିଭି ନଜରରେ ରହିବ ।କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ ସହ ସିସିଟିଭି ଯୋଡି ହେବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡିଯାଇଛି । ଦିନ ଦ୍ୱିପହରେ ଲୁଟ, ଛିନତାଇ, ଅପହରଣ, ଦୁଷ୍କର୍ମ ହତ୍ୟା ଭଳି ମାମଲା ବଢିବାରେ ଲାଗିଛି ।










