ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ-୨୦୨୫ । ଚଳିତ ବର୍ଷ ପାସ ହାର ୯୩. ୬୬ ରହିଛି । ସିବିଏସଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ୨.୩୭ ପ୍ରତିଶତ ଅଧିକ ରହିଛି । ଛାତ୍ରୀଙ୍କ ପାସ ହାର ୯୫ ପ୍ରତିଶତ, ଛାତ୍ର ପାସ ହାର ୯୨.୬୩ ପ୍ରତିଶତ ରହିଛି । ଭୁବନେଶ୍ୱର ଜୋନରେ ପାସ ହାର ୯୨.୬୪ ପ୍ରତିଶତ ରହିଛି । ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ , ପାସ ହାର ୯୯.୭୯ ପ୍ରତିଶତ ରହିଛି । ବିଜୟୱାଡା ପାସ ହାର ୯.୭୯ ପ୍ରିତିଶତ ଥିବାବେଳେ ବେଙ୍ଗାଲୁରୁରେ ପାସ ହାର ୯୮. ୯୦ ପ୍ରତିଶତ ରହିଛି । ସୂଚନା ଥାଉକି, ଆଜି ସକାଳେ ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ cbse.gov.in କିମ୍ବା results.cbse.nic.in ଭିଜିଟ୍ କରି ରେଜଲ୍ଟ ଦେଖିପାରିବେ । ଭୁବନେଶ୍ୱରରେ ସିବିଏସ୍ସି ଦ୍ୱାଦଶ ପାସ୍ହାର ୮୩.୬୭ ପ୍ରତିଶତ ରହିଛି ।