28.1 C
Bhubaneswar
Saturday, September 28, 2024
Homeଓଡିଶାନିଟ୍ ୟୁଜି ମାମଲାରେ ତଦନ୍ତ କରିବ ସିବିଆଇ

ନିଟ୍ ୟୁଜି ମାମଲାରେ ତଦନ୍ତ କରିବ ସିବିଆଇ

ଭୁବନେଶ୍ୱର: ନିଟ୍ ପେପର ଲିକ୍ ଓ ୟୁଜିସି-ନେଟ୍ ପରୀକ୍ଷା ରଦ୍ଦକୁ ନେଇ ଦେଶରେ ବଡ ବିବାଦ ସୃଷ୍ଟି ହୋଇଥିବା ବେଳେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆଜି ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ପରୀକ୍ଷାର୍ଥୀଙ୍କ ଅସୁବିଧା ପାଇଁ ଶିକ୍ଷା ମନ୍ତ୍ରାଳୟ ଦୁଃଖ ପ୍ର୍ରକାଶ କରିଛି । ଏହି ନିଷ୍ପତି ପରୀକ୍ଷାର୍ଥୀଙ୍କ ହିତ ଏବଂ ପରୀକ୍ଷାରେ ନିରପେକ୍ଷତା ଲାଗି ନିଆଯାଇଥିବା କୁହାଯାଇଛି ।

ଏନଟିଏ ଦ୍ୱାରା ପରିଚାଳିତ ପ୍ରାୟ ସବୁ ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି । ଯାହା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଏହାରି ଭିତରେ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି. ଏନଟିଏର ମହାନିର୍ଦ୍ଦେଶକ ପଦରୁ ସୁବୋଧ କୁମାରଙ୍କୁ ହଟାଇଦିଆଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖୋରଲାଙ୍କୁ ନୂଆ ମହାନିର୍ଦ୍ଦେଶକ କରାଯାଇଛି । ପରୀକ୍ଷାରେ ସଂସ୍କାର ଓ ପରିଚାଳନା ପାଇଁ ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking