35.1 C
Bhubaneswar
Monday, May 5, 2025
Homeଓଡିଶାଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌

ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌

ଭୁବନେଶ୍ୱର: ରାଜଧାନୀରୁ ୧୦ ଟଙ୍କା ଲାଞ୍ଚ ମାମଲାରେ ଛାନ୍‌ଭିନ୍‌ ସାରି ଦିଲ୍ଲୀ ଫେରିଗଲା ସିବିଆଇ ଟିମ୍‌ । ଗୁରୁବାର ସକାଳୁ ସକାଳୁ ଟିମ୍‌ ଦିଲ୍ଲୀ ଯାଇଥିବା ନେଇ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ରାଜଧାନୀରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ଚଢାଉ କରିଥିଲା ସିବିଆଇ । ଏହି ଚଢାଉରେ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ଅନେକ ସାମଗ୍ରୀ ମଧ୍ୟ ଜବତ କରିଥିଲା । ହେଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଜର ହେବା ନେଇ ନୋଟିସ୍‌ କରିଥିଲା ସିବିଆଇ ଟିମ୍‌ । ହେଲେ ଏକାଧିକ ଥର ନୋଟିସ୍‌ ପରେ ବି ହାଜର ହୋଇନଥିଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀ । ଯେହେତୁ ଏବେ ସିବିଆଇ ଟିମ୍‌ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଛି। ତେଣୁ ସିବିଆଇ ଦିଲ୍ଲୀ ଯିବା ପରେ ଆଇଏଏସ୍‌ ବିଷ୍ଣୁପଦ ସେଠୀ କେଉଁଠି ହାଜର ହେବେ, ତାକୁ ନେଇ ସସ୍‌ପେନ୍ସ ବଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking