26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସିବିଆଇ

ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ।

ଏହି ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ସଂସ୍ଥା ଓ ପଶ୍ଚିମବଙ୍ଗ ସରକାର ଆଜି ଅର୍ଥାତ ୨୨ ତାରିଖରେ ସେମାନଙ୍କର ଭିନ୍ନ ଭିନ୍ନ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିଛନ୍ତି। ସିବିଆଇ ସିଲଡ ଲଫାଫାରେ ତଦନ୍ତର ଅଗ୍ରଗତି ରିପୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପ୍ରଦାନ କରିଛି।ରିପୋର୍ଟରେ ମୁଖ୍ୟତଃ ତଦନ୍ତର ବର୍ତ୍ତମାନର ସ୍ଥିତି, ପଲିଗ୍ରାଫ୍ ଟେଷ୍ଟ ଓ ଅନ୍ୟ ସାଇଣ୍ଟିଫିକ୍ ଅନୁସନ୍ଧାନର ତଥ୍ୟ, ତଦନ୍ତର ଦିଗ, ଭବିଷ୍ୟତର ପଦକ୍ଷେପ ଆଦି ସମ୍ପର୍କରେ ସ୍ପଷ୍ଟ କରିଛି ସିବିଆଇ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking