ଭୁବନେଶ୍ୱର: ଠିକାଦାର ଓ କନଷ୍ଟ୍ରକ୍ସ ସଂସ୍ଥାର ମଧୁଚନ୍ଦ୍ରିକା ଘଟଣା । ଆୟକର ବିଭାଗର ସାହାର୍ଯ୍ୟ ଲୋଡ଼ିଲା ସିବିଆଇ । ୧୦ ଲକ୍ଷ ଲାଞ୍ଚ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ତଦନ୍ତ ଆରମ୍ଭ କଲା ଆୟକର ବିଭାଗ । ଦିଲ୍ଲୀ ରୁ ଆସି ପହଞ୍ଚିଛନ୍ତି ଆୟକର ବିଭାଗର ବରିଷ୍ଠ ଅଧିକାରୀ । ଆଜି ସରୁଛି ଗିରଫ ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ସୂଚନାଯୋଗ୍ୟ ୪ ଦିନ ପୂର୍ବରୁ ଏ ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ମିଳିଥିଲା । ଅନୁମତି ଦେଇଥିଲେ ସ୍ପେଶାଲ ଜଜ ସିବିଆଇ କୋର୍ଟ । ସିବିଆଇ ହେପାଜତ କୁ ନେଇ ପଚରା , ଉଚରା କରୁଥିଲା । କୋର୍ଟରେ ହଜାର କରିଥିଲା ଦିଲ୍ଲୀ ସିବିଆଇ । ଦେବଦତ୍ତ ମହାପାତ୍ରଙ୍କ ସହ ୩ ଜଣ ଗିରଫ ହୋଇଥିଲେ । ଚଂଚଳ ମୁଖାର୍ଜୀ ଓ ସନ୍ତୋଷ ମହାରଣା ଗିରଫ ହୋଇଥିଲେ । ସୂଚନା ଯୋଗ୍ୟ , ରେଡ ବେଳେ ସିବିଆଇ ଜଣେ ସରକାରୀ ଅଧିକାରୀଙ୍କୁ ଧରିଥିଲା । ସମ୍ପୃକ୍ତ ସରକାରୀ ଅଧିକାରୀ ଜଣକ ବାଟରେ ୩ଟି ଗାଡ଼ି ବଦଳାଇ ହୋଟେଲ ମେ’ ଫେୟାର ନିକଟରେ ପହଞ୍ଚିଥିଲେ । ଡିଲବେଳେ ସିବିଆଇ ଟିମ ତାଙ୍କୁ ଧରିଛି । ସମ୍ପୃକ୍ତ ସରକାରୀ ବାବୁ ଜଣକ ବ୍ରିଜ ଓ ରୁଫ୍ କମ୍ପାନୀ ସହ ଯୋଗାଯୋଗରେ ଥିଲେ । ସିବିଆଇ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ପଶ୍ଚିମବଙ୍ଗର ଏକ ନିର୍ମାଣ କାର୍ୟ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରିଥିଲା ।