18.1 C
Bhubaneswar
Monday, February 9, 2026
Homeଅପରାଧସରକାରୀ କର୍ମଚାରୀଙ୍କ କେଟ୍ରା କାର ଜବତ କଲା ସିବିଆଇ

ସରକାରୀ କର୍ମଚାରୀଙ୍କ କେଟ୍ରା କାର ଜବତ କଲା ସିବିଆଇ

ଭୁବନେଶ୍ୱର: ସିବିଆଇ ରେଡ଼ ଘଟଣାରେ ବଡ ଖବର । ପୁଣି ଜବତ ହେଲା ଆଉ ଏକ କାର । ଧଳା ରଙ୍ଗର କେଟ୍ରା କାର ଜବତ କଲା ସିବିଆଇ । ଧଳା ରଙ୍ଗ କାରରେ ଯାଉଥିଲେ ସରକାରୀ ଅଧିକାରୀ । ବାଟରେ ୩ ଟି ଗାଡି ପରିବର୍ତ୍ତନ କରିଥିଲେ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖି ପଚରା , ଉଚରା କରାଯାଉଛି । ସବୁଠାରୁ ବଡ଼ କଥା ହେଉଛି ରେଡ ବେଳେ ସିବିଆଇ ଜଣେ ସରକାରୀ ଅଧିକାରୀଙ୍କୁ ଧରିଛି । ସମ୍ପୃକ୍ତ ସରକାରୀ ଅଧିକାରୀ ଜଣକ ବାଟରେ ୩ଟି ଗାଡ଼ି ବଦଳାଇ ହୋଟେଲ ମେ’ ଫେୟାର ନିକଟରେ ପହଞ୍ଚିଥିଲେ । ଡିଲବେଳେ ସିବିଆଇ ଟିମ ତାଙ୍କୁ ଧରିଛି । ସମ୍ପୃକ୍ତ ସରକାରୀ ବାବୁ ଜଣକ ବ୍ରିଜ ଓ ରୁଫ୍ କମ୍ପାନୀ ସହ ଯୋଗାଯୋଗରେ ଥିଲେ । ସିବିଆଇ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ପଶ୍ଚିମବଙ୍ଗର ଏକ ନିର୍ମାଣ କାର୍ୟ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ୍‌ ଭୁବନେଶ୍ୱରରେ ଚଢ଼ାଉ କରିଛି। ସ୍ଥାନୀୟ ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ଶନିବାର ରାତିରେ ସିବିଆଇ ଟିମ୍‌ ଚଢ଼ାଉକରି ଏକ ଦାମୀ ଗାଡ଼ିରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ଏଥିସହ ପୋଲିସ ସହଯୋଗରେ ୪ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବିଲ୍ଡର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରୀୟ ଅବସରପ୍ରାପ୍ତ ଅଧିକାରୀ ବୋଲି ଜଣାପଡ଼ିଛି। ଅନ୍ୟ ୨ଜଣ କିଏ ସେ ସମ୍ପର୍କରେ ପୋଲିସ କିମ୍ବା ସିବିଆଇ ଅଧିକାରୀଙ୍କ ନିକଟରୁ କୌଣସି ସୂଚନା ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking