ଭୁବନେଶ୍ୱର: ଚାକିରି ପଛରେ ବଡ ଦୁର୍ନୀତି । ଘଣ୍ଟା ଘଣ୍ଟା ଧରି ଘାଣ୍ଟୁଛି ସିବିଆଇ । ସକାଳୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଟିମ ଅତର୍କିତ ଚଢାଉ କରିଛି । ନାଲକୋରେ ଚାକିରି କରାଇ ଦେବା ନାଁରେ ବଡ କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ପାଇବା ପରେ ଭୁବନେଶ୍ୱର ନାଲକୋ ଅଫିସରେ ପଶି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ , ବହୁତ ଗୁଡିଏ ଦସ୍ତାବିଜ ଯାଞ୍ଚ କରି ଜବତ କରିଛି ସିବିଆଇ । ୨୦ରୁ ଅଧିକ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରରେ କାରବାରରେ ବଡ ଘୋଟାଲା ହୋଇଥିବା ସନ୍ଦେହ କରୁଚି ଟିମ । ତେବେ ସିବିଆଇ ଏହି କଥା ଜାଣିବା ପରେ ଦୁର୍ନୀତିରେ ଲିପ୍ତ ଦଲାଲ କାମ ଅଟକାଇ ଦେଇଛନ୍ତି । ତେବେ ଦଲାଲଙ୍କ ସମେତ ବହୁ କର୍ମଚାରୀ ଏଥିରେ ଜଡିତ ଥିବାର ସନ୍ଦେହ କରାଯାଇଥିବା ସିବିଆଇ ପକ୍ଷରୁ ଚଢାଉ କରାଯାଉଥିବା କୁହାଯାଉଛି ।










