29.1 C
Bhubaneswar
Wednesday, May 7, 2025
Homeଓଡିଶାଜିଡିଏସ୍ ନିଯୁକ୍ତି ଠକେଇ ମାମଲାରେ ଓଡିଶାର ୧୨ଟି ସ୍ଥାନରେ ସିବିଆଇ ଚଢାଉ

ଜିଡିଏସ୍ ନିଯୁକ୍ତି ଠକେଇ ମାମଲାରେ ଓଡିଶାର ୧୨ଟି ସ୍ଥାନରେ ସିବିଆଇ ଚଢାଉ

ଭୁବନେଶ୍ୱର: ଗ୍ରାମୀଣ ଡାକ ସେବକ (ଜିଡିଏସ ) ନିଯୁକ୍ତି ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଓଡ଼ିଶାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । କେନ୍ଦ୍ରୀୟ ଏଜେନ୍ସିର ଅନେକ ଦଳ ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, କେଉଁଝର ଏବଂ ବଲାଙ୍ଗୀରର୧୨ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରୁଥିବା ଜଣାପଡ଼ିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଏବଂ କାର୍ଯ୍ୟାଳୟରେ ତଲାସ ସମୟରେ ସିବିଆଇ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି । ସୂଚନାନୁସାରେ ଗ୍ରାମୀଣ ଡାକ ସେବକ (ଜିଡିଏସ ) ର ୧,୩୮୧ ପଦବୀ ପୂରଣ ପାଇଁ ୨୦୨୩ ମସିହାରେ ଅନୁଷ୍ଠିତ ପୋଷ୍ଟାଲ ନିଯୁକ୍ତି ପରୀକ୍ଷାରେ ଅନେକ ପ୍ରାର୍ଥୀ ଜାଲ୍ ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଆଣିଥିଲେ ।

ତଦନ୍ତ ସମୟରେ CBI ଦଳ ଡାକ ବିଭାଗର ଅନେକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ବିଷୟରେ ଜାଣିପାରିଲେ ଏବଂ ଭୁବନେଶ୍ୱର ଡାକ ସେବା ନିର୍ଦ୍ଦେଶକଙ୍କ ଅଭିଯୋଗ ଆଧାରରେ IPC ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୪୨୦ (ପ୍ରତାରଣା), ୪68 (ଜାଲିଆତି), ଏବଂ ୪୭୧ (ନକଲି ଡକ୍ୟୁମେଣ୍ଟକୁ ପ୍ରକୃତ ଭାବରେ ବ୍ୟବହାର କରିବା) ସହିତ IPCର ୫୧୧(ଅପରାଧ କରିବାକୁ ଚେଷ୍ଟା) ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭A (ଲାଞ୍ଚ) ଅନୁଯାୟୀ ୯ ମଇ ୨୦୨୩ ରେ ଏକ ମାମଲା ରୁଜୁ କଲା । ତଦନ୍ତ ସଂସ୍ଥା ପୂର୍ବରୁ ଡିସେମ୍ବର ୩୦, ୨୦୨୪ ରେ ୫୫ପ୍ରାର୍ଥୀ ଏବଂ ୩ ଜଣ ମଧ୍ୟସ୍ଥିଙ୍କ ସମେତ ୫୮ ଜଣଙ୍କ ବିରୁଦ୍ଧରେ ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ (ACJM)ଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking