23.1 C
Bhubaneswar
Sunday, December 15, 2024
Homeଅପରାଧଦେବଦତ୍ତଙ୍କ ଅଫିସ କର୍ମଚାରୀଙ୍କୁ ସିବିଆଇର ଜେରା

ଦେବଦତ୍ତଙ୍କ ଅଫିସ କର୍ମଚାରୀଙ୍କୁ ସିବିଆଇର ଜେରା

ଭୁବନେଶ୍ୱର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇର ଖୋଳତାଡ଼ । ମଧ୍ୟସ୍ଥି ଦେବଦତ୍ତ ମହାପାତ୍ରଙ୍କ ଅଫିସ କର୍ମଚାରୀଙ୍କୁ ପଚରା ଉଚରା । ଗତକାଲି ଦେବଦତ୍ତଙ୍କ ପତ୍ନୀଙ୍କୁ ମଧ୍ୟ ଜେରା କରିଛି ସିବିଆଇ । ଆଇଏଏସ ବିଷ୍ଣୁପଦ ସେଠିଙ୍କ ୩ ଡ୍ରାଇଭର ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି । ସେହିପରି ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ ପଠାଇଥିଲା । ସମନରେ ସ୍ପଷ୍ଟ ଭାବରେ ଡିସେମ୍ବର ୧୧ତାରିଖ ଦିନ ୧୦ଟା ବେଳେ ନୂଆପଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ଏଥିସହ ଚିଠିରେ ଉଲେଖ ରହିଛି, ଭୁବନେଶ୍ବରରେ ଟେଣ୍ଡର ଫିକ୍ସିଂ ଓ ୧୦ଲକ୍ଷ ଟଙ୍କା କାରବାର ମାମଲାରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସୂଚନା ଅନୁୟାଯୀ, ବିଷ୍ଣୁପଦଙ୍କ ସହ ତାଙ୍କ ତିନି ଡ୍ରାଇଭରଙ୍କୁ ମଧ୍ୟ ନୋଟିସ୍ କରିଥିଲା ସିବିଆଇ। ଶନିବାର ନୃସିଂହ ଶତପଥି ନାମକ ଡ୍ରାଇଭର ସିବିଆଇରେ ହାଜର ହୋଇଥିଲେ । ତାଙ୍କଠାରୁ ବିଷ୍ଣୁପଦଙ୍କ ଦିନତମାମର ରୁଟିନ୍ ବାବଦରେ ପଚାରିଥିଲେ ସିବିଆଇ ଅଧିକାରୀ। ଏଥିସହ ଆଉ କିଛି ତଥ୍ୟ ହାସଲ କରିବାକୁ ପଚରାଉଚୁରା କରିଛନ୍ତି। ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରୀୟା ରଖିଛନ୍ତି। କହିଥିଲେ , କେବଳ ତାଙ୍କୁ ନୁହେଁ, ଆହୁରି ଦୁଇ ଜଣ ଡ୍ରାଇଭରଙ୍କୁ ଜେରା କରିଥିଲା ସିବିଆଇ ଅଧିକାରୀ। ଏହାସହ ବାବୁ ଅନ୍ୟ ମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି। ତେବେ ଏ ବିଷୟରେ କିଛି ଜାଣିନାହାନ୍ତି, ଯାହା ଜାଣିଛନ୍ତି ତାହା ସିବିଆଇ ଆଗରେ କହିଛନ୍ତି ଏବଂ ଏଥିରେ ତାଙ୍କର କିଛି ସଂପୃକ୍ତି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking