15.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢିଲା

ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢିଛି । ବର୍ଷକଙ୍କ ପାଇଁ ପ୍ରବୀଣ ସୁଦଙ୍କ କାଯ୍ୟକାଳ ବଢିଛି । ଆସନ୍ତା ୨୪ ତାରିଖରେ କାଯ୍ୟକାଳ ଶେଷ ହେଉଥିଲା । ୧୯୮୬ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡରର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସୁଦ୍ କର୍ଣ୍ଣାଟକରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରିବା ପରେ ୨୫ ମଇ ୨୦୨୩ରେ ସିବିଆଇ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୬୪ ମସିହାରେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସୁଦ୍ ୨୨ ବର୍ଷ ବୟସରେ ଆଇପିଏସ୍‌ରେ ଯୋଗ ଦେଇଥିଲେ । ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ବେଙ୍ଗାଲୁରୁ ଏବଂ ନ୍ୟୁୟର୍କର ସାଇରାକ୍ୟୁଜ୍ ବିଶ୍ୱବିଦ୍ୟାଳୟର ମ୍ୟାକ୍ସୱେଲ୍ ସ୍କୁଲ୍ ଅଫ୍ ସିଟିଜେନ୍ସିପ୍ ଆଣ୍ଡ୍ ପବ୍ଲିକ୍ ଆଫେୟାର୍ସରୁ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking