31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଏହି ରାଜ୍ୟରେ ବିନା ଅନୁମତିରେ ପ୍ରବେଶ କରିପାରିବନି ସିବିଆଇ..

ଏହି ରାଜ୍ୟରେ ବିନା ଅନୁମତିରେ ପ୍ରବେଶ କରିପାରିବନି ସିବିଆଇ..

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସିବିଆଇକୁ ଯାଂଚ ପାଇଁ ମିଳିଥିବା ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ଯଦି ଏବେ ସିବିଆଇ କର୍ଣ୍ଣାଟକରେ କୌଣସି ଅନୁସନ୍ଧାନ କରେ, ତେବେ ପ୍ରଥମେ ରାଜ୍ୟ ସରକାରଙ୍କ ସହମତି ନେବାକୁ ପଡିବ ଏବଂ ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବ । ଆଜି କର୍ଣ୍ଣାଟକ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ପରେ ସିବିଆଇ କର୍ଣ୍ଣାଟକରେ ରାଜ୍ୟ ସରକାରଙ୍କ ଅନୁମତି ବିନା ଅନୁସନ୍ଧାନ କରିପାରିବ ନାହିଁ। ଏହି କ୍ୟାବିନେଟ ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ଆମେ ଖୋଲା ସହମତି ପ୍ରତ୍ୟାହାର କରୁଛୁ । ଏଥି ସହ ଆମେ ସିବିଆଇର ଅପବ୍ୟବହାରକୁ ନେଇ ମଧ୍ୟ ଚିନ୍ତିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking