27.1 C
Bhubaneswar
Monday, December 8, 2025
Homeଓଡିଶାଲାଞ୍ଚ ନେଲା ବେଳେ ଏମସିଏଲ ଅଧିକାରୀଙ୍କୁ ଧରିଲା ସିବିଆଇ

ଲାଞ୍ଚ ନେଲା ବେଳେ ଏମସିଏଲ ଅଧିକାରୀଙ୍କୁ ଧରିଲା ସିବିଆଇ

ସୁନ୍ଦରଗଡ଼: ଲାଞ୍ଚ ନେଲା ବେଳେ ଏମସିଏଲ ଅଧିକାରୀଙ୍କୁ ସିବିଆଇ ଟିମ୍ ଧରିଛି । ଏମସିଏଲ ଚିପ୍ ମ୍ୟାନେଜର ତଥା ଝୁପୁରଙ୍ଗା-ତୁମୁଲିଆ ପ୍ରୋଜେକ୍ଟର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଲେଶ କୁମାର ବର୍ମାଙ୍କୁ ନଗଦ ଟଙ୍କା ସହ ସିବିଆଇର ଟିମ୍ ଧରିଛି । ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଠାରୁ ଘର ବାବଦର ଟଙ୍କା ରିଲିଜ୍ କରିବା ପାଇଁ ଅଖିଲେଶ ୪୦ ହଜାର ଟଙ୍କା ମାଗିଥିଲେ। ୧୦ ହଜାର ଟଙ୍କା ପୂର୍ବରୁ ନେଇସାରିଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ୨୦ ହଜାର ଟଙ୍କା ନେଉଥିଲେ । ଟଙ୍କା ନେଲା ବେଳକୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିଥିଲା । ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ ଓ ଏମସିଏଲ କ୍ବାଟରରେ ଚଢ଼ଉ କରି ରାତାରାତି ଭୁବନେଶ୍ୱର ନେଇଯାଇଥିବା ସୂଚନା ମିଳିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking