ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ପଚରାଉଚରା କରାଯାଇଛି ା କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଇଛି । ବହୁ ଗୁରୁତ୍ୱପୂଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଗତକାଲି ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଥିଲେ ।ଯେଉଁମାନେ ବି ସଂପୃକ୍ତ କାହାକୁ ଛଡାଯିବନି କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯିଏ ବି କରିଛି , ଯେତେ ବଡ ଲୋକ ହେଉ ନା କାହିଁକି ଛଡା ଯିବନି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ଦୋଷୀଙ୍କ ଉପରେ କାଯ୍ୟାନୁଷ୍ଠାନ ହେବ । ପ୍ରେସମିଟ କରି କ୍ରାଇମବ୍ରାଞ୍ଚ ଡିଆଇଜିବି. ଗଙ୍ଗାଧର ସୂଚନା ଦେଇଥିଲେ ା କାହିଁକି ପ୍ରଶ୍ନପତ୍ର ଲିକ ହେଲା , ତାର ତଦନ୍ତ ଚାଲିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ୭ ଗିରଫ ପରେ ଆଉ କିଏ ରହିଛନ୍ତି, ତଦନ୍ତ ଜାରି ରହିଛି । ଲାପଟପ ପାସୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି । କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି , ଲିଙ୍କ ଖୋଜା ଚାଲିଛି । ସମସ୍ତଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ହେବ । ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ହେଲେଣି ମୋଟ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଥିଲେ ମାଷ୍ଟରମାଇଣ୍ଡ ।










