ମାଲକାନଗିରି: ଭିଜିଲାନ୍ସ ଜାଲରେ ଜେଇ । ମାଲକାନଗିରିରେ ଲାଞ୍ଚ ନେଇ ଧରାପଡିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଲାଞ୍ଚ ନେବା ବେଳେ ଜେଇ ପରବେଶ ନାୟକଙ୍କୁ ଧରିଛି ଭିଜିଲାନ୍ସ । ସଦର ମହକୁମା ବିଦ୍ୟୁତ ବିଭାଗରେ କନିଷ୍ଠ ଯନ୍ତ୍ରୀ ପରବେଶ ନାୟକ ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡରେ ସେ ପଡିଯାଇଛନ୍ତି । ପୂର୍ବରୁ ଜେଇଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରହିଥିଲା । ବିନା ଟଙ୍କାରେ ସେ କୌଣସି କାର୍ଯ୍ୟ କରୁନଥିଲେ । ବାବୁ ଜଣଙ୍କ ଅତି ଚତୁରତାର ସହ ନେଉଥିଲେ । ନିଜେ ନ ଆଣି ଅଫିସ ନିକଟରେ ଥିବା ଏକ ବହି ଦୋକାନରେ୍ ଉପଭୋକ୍ତା ଜଣଙ୍କ ଟଙ୍କା ପୈଠ କରୁଥିଲେ । ତାପରେ କାର୍ଯ୍ୟଟି ହେଉଥିଲା । ଆଉ ସେଠାରୁ ଟଙ୍କା ନେଉଥିଲେ ଜେଇ । ଏହାରି ଭିତରେ ସୂଚନା ପାଇ ଭିଜିଲାନ୍ସ ଟିମ ଏହି ସମୟରେ ପହଞ୍ଚି ଜେଇଙ୍କୁ ଧରିଥିଲା । ଜେଇଙ୍କୁ ବର୍ତ୍ତନମାନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇ ପଚରା ଉଚରା ସହ, କାଗଜ ପତ୍ର ଯାଞ୍ଚ କରାଯାଉଛି । ତଦନ୍ତ ପରେ ଜଣାପଡିବ ଯେ, ତାଙ୍କ କାର୍ଯ୍ୟକାଳ ଭିତରେ ସେ କେତେ ଟଙ୍କା ଠୁଳ କରିଛନ୍ତି ।










