17.1 C
Bhubaneswar
Tuesday, December 9, 2025
Homeଓଡିଶାବୋଲେରୋରେ ଗୋରୁ ଚାଲାଣ: ୩୪ ଗୋରୁ ଉଦ୍ଧାର

ବୋଲେରୋରେ ଗୋରୁ ଚାଲାଣ: ୩୪ ଗୋରୁ ଉଦ୍ଧାର

ଭଦ୍ରକ: ବୋଲେରୋରେ ଗୋରୁ ଚାଲାଣ । ଚାଲାଣ ହେଉଥିବା ବେଳେ ପ୍ରାୟ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି । କିଛି ଦିନ ପରେ ଭଦ୍ରକରେ ପୁଣି ମାତିଛନ୍ତି ଗୋ ମାଫିଆ । ଭିନ୍ନ ଭିନ୍ନ ତରିକା ଆପଣାଇ ଗୋ ଚାଲାଣ କରୁଛନ୍ତି । ଆଜି ଭୋର ସମୟରେ ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ଆରଏମସି ମାର୍କେଟ ପରିସର ଭିତରୁ ଗୋ ଚାଲାଣ ବେଳେ ଧରା ପଡିଥିଲା । ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ପୁରୁଣା ବଜାର ପୁଲିସ ଦ୍ୱାରା ଜବତ ହୋଇଥିବା ବେଳେ ଟାଉନ୍ ଥାନା ନିକଟ ସାହାପୁର ମସଜିଦ ନିକଟରେ ଏକ ଗୋରୁ ବୋଝେଇ ବୋଲେରୋ ଟାଉନ୍ ପୁଲିସ ଦ୍ୱାରା ଜବତ ହୋଇଛି । ଜବତ ପିକଅପରୁ ୨୨ ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ବୋଲେରୋରୁ ୧୨ ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ୩୪ ଗୋରୁଙ୍କୁ ପୁଲିସ ମଇତାପୁର ସ୍ଥିତ ଗୋଶାଳା ରେ ଭର୍ତ୍ତି କରିଛନ୍ତି  । ସେପଟେ ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking