21.1 C
Bhubaneswar
Saturday, February 7, 2026
Homeଓଡିଶାଧର୍ମଶାଳାରେ ବଢୁଛି ଗୋରୁ ଚୋରି: ପୋଲିସ ସାଜିଛି ନୀରବଦ୍ରଷ୍ଟା

ଧର୍ମଶାଳାରେ ବଢୁଛି ଗୋରୁ ଚୋରି: ପୋଲିସ ସାଜିଛି ନୀରବଦ୍ରଷ୍ଟା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରି ବୃଦ୍ଧି ପାଇବାରେ ଲାଗିଛି ।ଏହି ଥାନା ର ବଡକାଏମା, ଅରଖପଦା, ପାଟପୁର, ମିର୍ଜାପୁର ସମେତ ଆଖ ପାଖ ପଂଚାୟତ ରେ କୋଡ଼ିଏରୁ ଉର୍ଦ୍ଧ ଗୋରୁ ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଚୋର ମାନଙ୍କୁ ଧରି ପୋଲିସ ର ଜୀମା ଦିଆଯାଉଥିବା ବେଳେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କାରୀ ମାନେ କହିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ଗୋ ରକ୍ଷକ ସଂଗଠନ ପକ୍ଷରୁ କିଛି ସମୟ ଥାନା ସମ୍ମୁଖରେ ମଧ୍ୟ ଧାରଣା ଦିଆଯାଇ ଥିଲା। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ବଡ କାଏମା ଅଞ୍ଚଳ ରୁ ଏକ ଗୋରୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ପୋଲିସ ର ଜିମା ଦିଆଯାଇଛି ଏବଂ ବଡକାଏମା ଅଞ୍ଚଳ ର ଜଣେ ମଟନ ବ୍ୟବସାୟୀ ଏଥିରେ ସମ୍ପୁକ୍ତ ଥିବା ସନ୍ଧେହ ରେ ତାଙ୍କୁମଧ୍ୟ ପୋଲିସ ଅଟକ ରଖିଛି। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପଂହଚୀ ତଦନ୍ତ ଜାରି ରଖିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଦାବି ହେଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking