31.1 C
Bhubaneswar
Sunday, September 22, 2024
Homeଅପରାଧନାବାଳିକା ବଳତ୍କାର ଓ ହତ୍ୟା ଉଦ୍ୟମ ମାମଲା; ଆସାମୀକୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ଓ ହତ୍ୟା ଉଦ୍ୟମ ମାମଲା; ଆସାମୀକୁ ୪ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ଜଣେ ନାବାଳିକା ବଳତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ କଟକର ଆଡହକ୍ ଆଡିସିନାଲ୍ ସେସନ୍ ଜଜ୍ (ଫାଷ୍ଟ୍‌ଟ୍ରକ୍ ସ୍ପେସାଲ୍ କୋର୍ଟ-୧) ଆସାମୀ କଟକ ସଦର ଥାନା ଅଧିନସ୍ଥ ସୁଭଦ୍ରାପୁର ଅଞ୍ଚଳର ଜଗା ଓରଫ ଜଗା ଦାସକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହିତ ତାକୁ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ତେବେ ଜରିମାନା ନ ଦାଖଲ କରିପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ଆଦେଶେ ସ୍ପଷ୍ଟ କରିଛନ୍ତି । ସେହିପରି ପୀଡିତାକୁ ୧ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କୋର୍ଟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ୨୦୧୯ ମସିହା ଡିସେମ୍ବର ୬ ତାରିଖରେ ଘଟଣା ଘଟିଥିବା ବେଳେ ସେହିଦିନ ହିଁ କଟକ ସଦର ଥାନାରେ ପୀଡିତାର ପରିବାର ପକ୍ଷରୁ ଏତଲା ଦିଆ ଯାଇଥିଲା ।

ନାବାଳିକାକୁ ଆସାମୀ ବଳତ୍କାର ଉଦ୍ୟମ କରିବା ସହ ତା ଦେହରେ କିରୋସିନି ପକାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ତେବେ ଘଟଣା ସମୟରେ ପୀଡିତାର ପରିବାର ସଦସ୍ୟ ସେଠାରେ ପହଁଚି ଯିବାରୁ ଆସାମୀ ଜଣକ ସେଠାରୁ ଚମ୍ପଟମାରିଥିଲା । ତେବେ ଏଥିପୂର୍ବରୁ ଆସାମୀ ଜଣକ ପୀଡିତାକୁ ବିବାହ କରିବାକୁ ବାଧ୍ୟ କରିବା ସହ ତା ପରିବାର ସହିତ ଗଣ୍ଡଗୋଳ ମଧ୍ୟ କରିଥିଲା । ଏହି ଘଟଣାରେ ପୁଲିସ୍ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତା ବିରୋଧରେ ୨୦୨୦ ମସିହା ଜାନୁୟାରୀ ୩୧ ତାରିଖରେ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ଏହି ମାମଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking