28.1 C
Bhubaneswar
Wednesday, October 16, 2024
Homeଓଡିଶାରାଜ୍ୟ କଂଗ୍ରେସର ୩ ଜଣ ବରିଷ୍ଠ ନେତାଙ୍କ ନାମରେ ମାମଲା

ରାଜ୍ୟ କଂଗ୍ରେସର ୩ ଜଣ ବରିଷ୍ଠ ନେତାଙ୍କ ନାମରେ ମାମଲା

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ସମୟରେ ବକେୟା ଟଙ୍କାକୁ ନେଇ ରାଜ୍ୟ କଂଗ୍ରେସର ୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କ ନାରେ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏହି ତିନି ଜଣଙ୍କ ବିରୋଧରେ ଆଇପିସିର ଧାରା ୧୨୦ବି, ୪୨୦, ୫୦୬ ଓ ୩୪ ଲାଗିଛି । ପୂର୍ବରୁ ପୁଲିସ ଅଭିଯୋଗ ରଖି ନଥିଲା । ଏବେ କୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିବା ସୂଚନା । କଂଗ୍ରେସ ସାଧାରଣ ନିର୍ବାଚନ-୨୦୨୪ରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ରଙ୍କୁ ଏଲଇଡି ଗାଡ଼ିରେ ପ୍ରଚାର ପାଇଁ ବ୍ୟବସାୟିକ ଚୁକ୍ତି ନାମା ହୋଇଥିଲା । ଏଥିପାଇଁ ଦେଢ଼ କୋଟି ଟଙ୍କା ଦେବା ନେଇ ଫାଇନାଲ ହୋଇଥିବା ବେଳେ ୮ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦିଆ ଯାଇଥିଲା । ନିର୍ବାଚନ ପରେ ବଳକା ଟଙ୍କା ମାଗିବାରୁ ଟଙ୍କା ନ ଦେଇ ଆଶୁତୋଷଙ୍କୁ ଧମକ ଦେଇଥିଲେ ଶରତ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking