ଭୁବନେଶ୍ୱର: ଅଭିନେତା ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ । କାରଣ ମାନ୍ୟବର ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତିାକେବଳ ସେତିକି ନୁହେଁ, ଅନୁଭବଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ କହିଛନ୍ତି । ଅନୁଭବ ଓ ତାଙ୍କ କର୍ମଚାରୀ ବିରୋଧରେ ବର୍ଷା ଏତଲା ଦେଇଥିଲେ । ଅନୁଭବଙ୍କ ଘରେ ଥିବାବେଲେ ମାନସିକ ନିର୍ଯାତନା ପାଉଥିଲେ ବୋଲି ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ । ତେବେ ନିମ୍ନ ଅଦାଲତରେ ଚାଲିଥିବା ମାମଲାକୁ ଖାରଜ କରିବା ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ । ତଳ କୋର୍ଟଙ୍କ ଚାଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ । ଆବେଦନ ଖଆରଜ ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ ଅନୁଭବ ।










