23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଜଳିଗଲା ଦୁର୍ଘଟଣାଗ୍ରସ୍ତ କାର୍ଗୋ ବିମାନ: ୩ କ୍ର‌୍ୟୁ ସଦସ୍ୟଙ୍କ ସହ ୭ ମୃତ, ୧୦ ଆହତ

ଜଳିଗଲା ଦୁର୍ଘଟଣାଗ୍ରସ୍ତ କାର୍ଗୋ ବିମାନ: ୩ କ୍ର‌୍ୟୁ ସଦସ୍ୟଙ୍କ ସହ ୭ ମୃତ, ୧୦ ଆହତ

କେଞ୍ଚୁକି: ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫.୧୫ ସମୟରେ ଲୁଇସ୍‌ଭିଲ୍ ମହମ୍ମଦ ଅଲ୍ଲି ଅନ୍ତର୍ଜାତୀୟ ବିମାନବନ୍ଦରରୁ ହୋନୋଲୁଲୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ୟୁନାଇଟେଡ୍ ପାର୍ସଲ୍ ସର୍ଭିସ୍ ବା ୟୁପିଏସ୍ ମାଲବାହୀ ବିମାନ (କାର୍ଗୋ ପ୍ଲେନ୍‌)-୨୯୭୬ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ବିମାନ୍‌ଟି ଟେକ୍‌ଅପ୍ କରିବା ସମୟରେ ବିମାନବନ୍ଦର ନିକଟରେ ଥିବା ଦୁଇଟି ବ୍ୟବସାୟିକ ବିଲ୍ଡିଂ ସହ ମାଡ଼ ହୋଇଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ବିମାନରେ ପାଇଲଟ, ସହ ପାଇଲଟ୍ ଏବଂ ଜଣେ କ୍ର‌୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ୍ ୩ଜଣ ହିଁ ଥିଲେ। ଅନ୍ୟପକ୍ଷେ ଏହି ବିମାନରେ ପ୍ରାୟ ୨ଲକ୍ଷ ୮୦ହଜାର ପାଉଣ୍ଡ ପରିମାଣର ଇନ୍ଧନ ଥିଲା, ଯାହାକି ବିମାନରେ ନିଆଁ ଲାଗିବା ଏବଂ ଭୟାବୟ ବିସ୍ଫୋରଣର କାରଣ ସାଜିଥିଲା। ବିମାନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନ୍‌ରେ ଖସି ପଡି ବିସ୍ଫୋରଣ ହୋଇଥିଲା। ଫଳରେ ଏହି ଅଞ୍ଚଳର ୪ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୧୦ଜଣ ଗୁରୁତର ଆହତ ହୋଇଛନ୍ତି।

କେଞ୍ଚୁକି ରାଜ୍ୟପାଳ ଆଣ୍ଡି ବେସିଆର୍ ଏବଂ ଫେଡେରାଲ୍ ଏଭିଏସନ୍ ପ୍ରଶାସନ (ଏଫ୍‌ଏଏ) ଦୁର୍ଘଟଣାକୁ ସ୍ପଷ୍ଟ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ଉଦ୍ଧାରକାରୀ ଦଳ ନିଆଁକୁ ପ୍ରଶମିତ କରିବା ପାଇଁ ଦୀର୍ଘ ସମୟ ଧରି ପ୍ରୟାସ ଜାରି ରଖିଥିଲେ। ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନ୍‌ଟିଏସ୍‌ବି) ଏବଂ ଏଫ୍‌ଏଏ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି। ବିମାନଟି ସମ୍ପୂର୍ଣ୍ଣ ଜଳିପୋଡି ଯାଇଥିବ।। ବେଳେ ଏଫ୍‌ଏଏ ରେକର୍ଡ ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି କାର୍ଗୋ ବିମାନଟି ପ୍ରାୟ ୩୪ ବର୍ଷ ପୁରୁଣା ଥିଲା। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ଏବଂ ଜଳିଯିବା ଘଟଣାର ଭିଡିଓ ଭାଇରାଲ୍ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking