ନୂଆଦିଲ୍ଲୀ: କାର ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଆହତ ହୋଇଛନ୍ତି । ଛତିଶଗଡର ଜାଞ୍ଜଗିରି- ଚମ୍ପା ଜିଲ୍ଲାର ସୁକୁଲି ଗାଁରେ ବଡ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଏନେଇ ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ ା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲା । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି । ଦୁର୍ଘଟଣା କିପରି ହେଲା ସେ ନେଇ ତଦନ୍ତ କରୁଛି ପୋଲିସ । ଏଭଳି ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।










