17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକାର - ଟ୍ରକ୍ ମୁହାଁମୁଁହି: ୬ ମୃତ

କାର – ଟ୍ରକ୍ ମୁହାଁମୁଁହି: ୬ ମୃତ

ଛତିଶଗଡ଼: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏକ କାର ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଛନ୍ତି। ବାଗନାଡି ଥାନାର ଚିରଚାରି ଏନଏଚ୍ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ନାଗପୁରରୁ ରାଜନନ୍ଦଗାଓଁ ଆସୁଥିବା ମହାରାଷ୍ଟ୍ର ପାସିଂ କାରରେ ୭ ଜଣ ଲୋକ ଥିଲେ। ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ବ୍ରେ ମାରିବା ଯୋଗୁଁ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଅନ୍ୟ ଲେନକୁ ଚାଲିଗଲା ଏବଂ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହେଲା। ଟ୍ରକ ସହିତ କାରର ଧକ୍କା ଏତେ ଜୋରଦାର ଥିଲା ଯେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking