28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଆମ୍ବଲାନ୍ସକୁ ରାସ୍ତା ଛାଡିନଥିଲେ କାର୍ ମାଲିକ; ଲାଗିଲା ୨.୫ ଲକ୍ଷ ଟଙ୍କାର ଜରିମାନା

ଆମ୍ବଲାନ୍ସକୁ ରାସ୍ତା ଛାଡିନଥିଲେ କାର୍ ମାଲିକ; ଲାଗିଲା ୨.୫ ଲକ୍ଷ ଟଙ୍କାର ଜରିମାନା

ଥିରୁଅନନ୍ତପୁରମ୍‌: ରାସ୍ତାରେ ଯାଉଥିବା ଏକ ଆମ୍ବୁଲାନ୍ସକୁ ଜଣେ କାର୍ ମାଲିକ ରାସ୍ତା ଛାଡିନଥିଲେ। ତେବେ ଏହି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପୂର୍ବକ କେରଳ ସରକାର ଜଣେ ଉକ୍ତ କାର୍ ମାଲିକଙ୍କ ଉପରେ ୨.୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ଲାଗୁ କରିଛନ୍ତି। ରିପୋର୍ଟ ଅନୁସାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ଜରିମାନା ଦଣ୍ଡାଦେଶଜନିତ ନୋଟିସ୍ ଧରାଇଛନ୍ତି। ରାସ୍ତାରେ ଟ୍ରାଫିକ୍ ଭିଡ ମଧ୍ୟରେ ଫସିଯାଇଥିବା ଜଣେ କାର୍ ମାଲିକ ଉଦ୍ଦେଶ୍ୟମୂଳକ ଭାବେ ନହେଲେ ମଧ୍ୟ ଆମ୍ବୁଲାନ୍ସକୁ ବାଟ ଛାଡିପାରିନଥିଲେ। ରୋଗୀକୁ ହସ୍ପିଟାଲ ନେବା ପାଇଁ ଉଦ୍ୟମ କରୁଥିବା ଆମ୍ବୁଲାନ୍ସର ଡ୍ରାଇଭର ବରାବର ଗାଡ଼ି ହର୍ଣ୍ଣ ମାରିଥିଲେ ମଧ୍ୟ କାର୍ ଚାଳକ ଜାଣିଶୁଣି ନିଜ ଗାଡ଼ି ମଧ୍ୟରେ ଚୁପ୍ ବସିରହିଥିଲେ। ଏଭଳି ଏକ ଦୁର୍ଭାଗ୍ୟ ଜଣକ ଘଟଣାରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପ କାରଣରୁ ସରକାରଙ୍କ ଆମ୍ବୁଲାନ୍ସର ପଥ ସୁଗମ କରିବାକୁ ପ୍ରତିବଦ୍ଧତା ଜଣାପଡିଛି। ଏଥିସହିତ ରାସ୍ତାରେ ଅତ୍ୟାବଶ୍ୟକ ସେବା ପାଇଁ ପଥକୁ ସୁଗମ କରିବାକୁ ସରକାର ପ୍ରତିବଦ୍ଧତା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking