ପୁରୀ: ପାର୍କିଂ ବେଳେ ଖସିପଡିଲା କାର। ଜଗନ୍ନାଥ ବଲ୍ଲଭ ପାର୍କିରେ ରଖିବା ବେଳେ ଖସିପଡିଲା । ପ୍ରଥମ ମହଲାରୁ ତଳକୁ ଖସିଲା କାର । ଗାର୍ଡ ୱାଲ ନଥିବାରୁ କାରଟି ବ୍ୟାକ ଗିୟରରେ ତଳକୁ ଖସିପଡିଥିବା ସୂଚନା ମିଳୁଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ବୋଲି ସୂଚନା ମିଳୁଛି । ଏହି ଘଟଣା ପରେ ଅନ୍ୟ ଡ୍ରାଇଭର ମାନେ ଗାର୍ଡ ୱାଲ ନିର୍ମାଣ କରିବାକୁ ଦାବି କରିଛନ୍ତି ।










