25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଇ-ରିକ୍ସାକୁ ଧକ୍କା ଦେଲା କାର: ୨ ମୃତ, ୪ ଗୁରୁତର

ଇ-ରିକ୍ସାକୁ ଧକ୍କା ଦେଲା କାର: ୨ ମୃତ, ୪ ଗୁରୁତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ନୌର କ୍ୟାଣ୍ଟନମେଣ୍ଟ ଅଞ୍ଚଳର କମାଣ୍ଡ ହସ୍ପିଟାଲ ନିକଟରେ ଏକ ଦ୍ରୁତଗାମୀ ଥାର କାର ଏକ ଇ-ରିକ୍ସା ସହିତ ଧକ୍କା ହୋଇଥିଲା। ଏଥିରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତିଆହତମାନଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଥାର କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଡ୍ରାଇଭର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଲାଉଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ କାର ଛାଡି ପଳାଇଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୋଲିସ ଗାଡିଟିକୁ ଜବତ କରିଛି ଏବଂ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଥାର କାର ଡ୍ରାଇଭରକୁ ଖୋଜିବା ସହ ତଦନ୍ତ ଜାରି ରଖିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking