28.1 C
Bhubaneswar
Monday, December 15, 2025
Homeଓଡିଶାବାଇକ୍‌କୁ ଧକ୍କା ଦେଲା କାର୍‌: ଦମ୍ପତ୍ତି ଗୁରୁତର

ବାଇକ୍‌କୁ ଧକ୍କା ଦେଲା କାର୍‌: ଦମ୍ପତ୍ତି ଗୁରୁତର

ବାଙ୍କୀ: ବାଙ୍କୀରେ ଭୟଙ୍କର ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା କାର୍ । ଏହି ଦୁର୍ଘଟଣାରେ ଦମ୍ପତ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ଦମ୍ପତ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଗୟାଲବାଙ୍କା ଛକ ନିକଟରେ କଟକ – ବାଙ୍କୀ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଦ୍ରୁତଗାତିରେ ଆସୁଥିବା କାର୍‌ଟି ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା ଏବଂ ପରେ ବାଇକ୍‌କୁ ପଠରୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଦମ୍ପତ୍ତି ଗୁରୁତର ଭାବରେ ଆହତ ହୋଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଦମ୍ପତ୍ତିଙ୍କୁ ଉଦ୍ଧାର କରି କଟକର ଏସସିବି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking