14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବାଇକ୍‌କୁ ଧକ୍କା ଦେଲା କାର୍‌: ୨ ମୃତ

ବାଇକ୍‌କୁ ଧକ୍କା ଦେଲା କାର୍‌: ୨ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଇଛି କାର୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକ ଏକ ବିବାହ ଉତ୍ସବକୁ ଯାଉଥିଲେ ସେହି ମୟରେ ଉତ୍ତର ଦିଲ୍ଲୀର ବାହ୍ୟ ବାୱାନା ରୋଡରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ଯଶୋଦନ (୧୮) ଏବଂ ଅଂଶ (୧୮) ବୋଲି ଚିହ୍ନଟ କରାଯାଇଛି। ଉଭୟ ରୋହିଣୀ ସେକ୍ଟର ୩୫ର ବାସିନ୍ଦା। ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୧:୪୦ ସମୟରେ ବାୱାନାରୁ ଆସୁଥିବା ଏକ କାର ସେମାନଙ୍କ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। କାରର ଡ୍ରାଇଭରଙ୍କ ନାମ ଆକାଶ (୨୨), ସେ ଶାହବାଦ ଡାଏରୀର ବାସିନ୍ଦା। ସେ ଏକ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମରେ କାମ କରନ୍ତି। ପୋଲିସ କହିଛି ଯେ କାର ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଆରଏମଏଲ ହସ୍ପିଟାଲକୁ ପଠାଯାଇଛି। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking