22.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶବେଳାଭୂମିରେ ଶୋଇଥିବା ବେଳେ ଚଢ଼ିଗଲା ଗାଡି : ୧ ମୃତ,୧ ଗୁରୁତର

ବେଳାଭୂମିରେ ଶୋଇଥିବା ବେଳେ ଚଢ଼ିଗଲା ଗାଡି : ୧ ମୃତ,୧ ଗୁରୁତର

ମୁମ୍ବାଇ : ମୁମ୍ବାଇର ଭର୍ସୋଭା ବେଳାଭୂମିରେ ଅଘଟଣ । ଶୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏସୟୁଭି ଚଢ଼ିଯିବାରୁ ଜ‌ଣେ ୩୬ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଗଷ୍ଟ ୧୨ ତାରିଖ ସକାଳେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ରିକ୍ସା ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଗଣେଶ ଯାଦବ ଏବଂ ବାବୁଲ ଶ୍ରୀବାସ୍ତବ ସହରରେ ହେଉଥିବା ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଭର୍ସୋଭା ବେଳାଭୂମିରେ ଶୋଇଥିଲେ ସେତେବେଳେ ସେ ଦୁହିଁଙ୍କ ଉପରେ ଏକ ବିଳାସମୟ ଗାଡ଼ିଟି ଆସି ଚଢ଼ି ଯାଇଥିଲା। ପୁଲିସର ସୂଚନାନୁସାରେ, ଶ୍ରୀବାସ୍ତବ ହଠାତ୍ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିବାରୁ ଉଠି ପଡ଼ିଥିଲେ, ଏହାପରେ ସେ ତାଙ୍କ ପାଖରେ ଶୋଇଥିବା ଗଣେଶଙ୍କ ଉପରେ ଏକ କାର ଚଢ଼ି ଯିବାର ଦେଖିଥିଲେ। ଏହି ଘଟଣାରେ ଶ୍ରୀବାସ୍ତବଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା ​​ଏବଂ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। କାର ଡ୍ରାଇଭର ଏବଂ ତାଙ୍କ ସାଙ୍ଗ ଗାଡିରୁ ବାହାରି ଆସିଥିଲେ। ମାତ୍ର ସ୍ଥାନୀୟ ‌ଲୋକ ଏକତ୍ରିତ ହୋଇ ପ୍ରତିକ୍ରିୟାଶୀଳ ହେବାର ଦେଖି ସେମାନେ ନିଜ ଗାଡିରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ପୁଲିସ କହିଛି। ପରେ ବାବୁଲୁ ଶ୍ରୀବାସ୍ତବ ଏବଂ ଗଣେଶ ଯାଦବଙ୍କୁ ସହରର କପର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking