ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବିରହି – ନିଜାମୁଲା ରାସ୍ତାର ଗାଦି ଗାଁ ନିକଟରେ କାରଟି ୩୦୦ ମିଟର ଗଭୀର ଘାଟିରେ ଖସି ପଡିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୩୦ରେ ହୋଇଥିଲା । ସୂଚନା ପାଇ ଚମୋଲି ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାଯ୍ୟ ଜାରି ରଖିଛି । ଚମୋଲିର ବରିଷ୍ଠ ପୋଲିସ ଅଧୀକ୍ଷକ ପନୱାର କହିଛନ୍ତି , କାରଟି ପାଗାନା ଗାଁରେ ଏକ ବିବାହ କାଯ୍ୟକ୍ରମରୁ ଫେରୁଥିଲା । ଏହି ସମୟରେ ଡ୍ରାଇଭର ଗାଡିଟିର ନିୟନ୍ତ୍ରଣ ହରାଇଥିଲେ । ପରେ କାରଟି ୩୦୦ ମିଟର ଖାଇକୁ ଖସିପଡିଥିଲା । ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ମୃତକ ସମସ୍ତେ ଗୋଲୀମ ଗାଁର ବାସିନ୍ଦା । ମୃତକଙ୍କ ଉଦ୍ଧାର କାଯ୍ୟ ଜାରି ରହିଛି । ଦୁର୍ଘଟଣାର ପ୍ରକୃତ କାରଣ କଣ ପୋଲିସ ତଦନ୍ତ କରୁଛି ।