16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଖାଇକୁ ଖସିଲା କାର: ୨ ମୃତ, ୨୦ ଆହତ

ଖାଇକୁ ଖସିଲା କାର: ୨ ମୃତ, ୨୦ ଆହତ

ହିମାଚଳ ପ୍ରଦେଶ: ହିମାଚଳର ମଣ୍ଡି ଜିଲ୍ଲାରେ ସରକାଘାଟ ଉପଖଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦସ୍ୱବ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ୨୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ସକାଳେ ସରକାଘାଟର ପାଟଡିଘାଟ ଅଞ୍ଚଳର କାଲଖାର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଠାକୁର କୋଚର ଏକ ଘରୋଇ ବସ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଘାଟିକୁ ଖସି ପଡିଥିଲା ।

ସୂଚନା ଅନୁସାରେ, ବସଟି ବଲଦ୍ୱାରାରୁ ମଣ୍ଡି ଯାଉଥିଲା । ଦୁର୍ଘଟଣା ପରେ ତରନ୍ତ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ବସରୁ ଅନେକ ଆହତଙ୍କୁ ବାହାର କରି ଚିକିତ୍ସା ପାଇଁ ପଠାଇଥିଲେ । ଗୁରୁତର ଆହତ ଯାତ୍ରୀମାନଙ୍କୁ ନେରଚୌକ ମେଡିକାଲ କଲେଜକୁ ପଠାଯାଇଛି ଏବଂ ଅନ୍ୟମାନଙ୍କୁ ରେୱାଲସରର କମ୍ୟୁନିଟି ହେଲ୍‌ଥସେଣ୍ଟରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking