25.1 C
Bhubaneswar
Monday, February 23, 2026
Homeଓଡିଶା୨୦ ଫୁଟ ତଳକୁ ଖସିଲା କାର୍: ଜଣେ ମୃତ, ୩ ଗୁରୁତର

୨୦ ଫୁଟ ତଳକୁ ଖସିଲା କାର୍: ଜଣେ ମୃତ, ୩ ଗୁରୁତର

ରାୟଗଡ଼ା: ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ବରଗଡ଼ ଜିଲ୍ଲାକୁ ବାହାଘର ଭୋଜିରେ ଯୋଗ ଦେଇ ଏକ କାର ଯୋଗେ ଫେରୁଥିଲେ। ସେହି ସମୟରେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ କାର୍ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। କାର ଭିତରେ ମୃତ ଯୁବକ ଫସି ରହିଥିବା ବେଳେ ଦମକଳ ଦଳ ଓ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତର ଆହତ ଯୁବକଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ନେଇ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking