19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶଗଛରେ ପିଟି ହେଲା କାର୍‌: ୪ ମୃତ

ଗଛରେ ପିଟି ହେଲା କାର୍‌: ୪ ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ବଡ ସଡକ ଦୁର୍ଘଟଣା । ମିର୍ଜାଗୁଡାରେ ଗଛରେ ପିଟି ହେଲା ଏକ ଏସୟୁଭି କାର୍ । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କୁ ସୂର୍ଯ୍ୟତେଜା, ସୁମିତ, ନିଖିଲ ଏବଂ ରୋହିତ ବୋଲି ଚିହ୍ନଟ କରାଯାଇଛି । ଗୁରୁତରଙ୍କୁ ସୁନକାରୀ ନକ୍ଷତ୍ର ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଆଜି ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ମୋକିଲା ପୋଲିସ ଷ୍ଟେସନ ନିକଟରେ ଥିବା ମିର୍ଜାଗୁଡାରେ ଭାରସାମ୍ୟ ହରାଇ ଏକ ଏସୟୁଭି କାର୍ ଗଛରେ ପିଟି ହୋଇଛି । ଦୁର୍ଘଟଣା ବେଳେ କାର୍‌ରେ ୫ ଜଣ ଛାତ୍ର ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଛାତ୍ର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking