24.1 C
Bhubaneswar
Thursday, March 12, 2026
Homeଓଡିଶାଜଳିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ବଡ ଖବର। ଆଖି ଆଗରେ ମହେନ୍ଦ୍ରା ଗାଡି ନିଆଁ ଲାଗି ଜଳି ପାଉଁଶ ହୋଇଯାଇଥିବା ନେଇ ମିଳିଛି ସୂଚନାଏହି ଘଟଣାରେ ଅଳ୍ପକେ ବର୍ତ୍ତିଲେ ଗାଡିରେ ଶୋଇଥିବା ୩ ଯାତ୍ରୀ। ସୂଚନା ଅନୁସାରେ, ରାତିରେ ଥଣ୍ଡା ହେବାରୁ ଗାଡ଼ି ଭିତରେ ହିଟର ଲଗାଇ ୩ ଜଣ ଶୋଇଥିଲେ। ହଠାତ ଗରମ ହୋଇ ଗାଡ଼ିରେ ଲାଗିଲା ନିଆଁ। ଆଖି ଆଗରେ ମହେନ୍ଦ୍ରା ଗାଡି ନିଆଁ ଲାଗି ପାଉଁଶ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ ଏକ ଘରୋଇ ହସ୍ପିଟାଲ ପରିସରରେ। ଗତକାଲି ନନ୍ଦପୁର ବାଇରପଡା ଗାଁର ଟଙ୍କଧର ମାଛ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଯୋଗୁଁ ମେଡିକାଲ ଆଣିଥିଲେ। ସକାଳୁ ସକାଳୁ ସାମାନ୍ୟ ଶୀତ ହେବାରୁ ନିଜ ଗାଡିରେ ବିଶ୍ରାମ ନେବା ପାଇଁ ଟଙ୍କଧର ମାଛ, ତାଙ୍କ ଭାଇ ଓ ଡ୍ରାଇଭର ହିଟର ଲଗାଇ ବିଶ୍ରାମ ନେଉଥିଲେ। ହଠାତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଗାଡ଼ିରେ ନିଆଁ ଲାଗିଥିବା ଦେଖି ୩ ଜଣ ବାହାରକୁ ବାହାରି ଆସିଥିଲେ। ପରେ ନିଆଁକୁ ଆୟତ କରାଯାଇଥିଲା। ହେଲେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking