ଆଗ୍ରା: ଆଗ୍ରାରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କାର୍ । ଏହି ଅଗ୍ନିକାଣ୍ଡରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ମୃତକଙ୍କୁ କମଳା ନଗରର ସୁଭାଷ ନଗର ଶୀତଲ ଆପାର୍ଟମେଣ୍ଟର ବାସିନ୍ଦା ୪୮ ବର୍ଷୀୟ ବୀରେନ୍ଦ୍ର ଠକୱାନି ବୋଲି ଚିହ୍ନଟ କରାଯାଇଛି । ଉତ୍ତରପ୍ରଦେଶର ଆଗ୍ରା ଅଧୀନ ଜଗଦୀଶପୁରା ଅଞ୍ଚଳର ମାଘଟାଇ ତିରାହା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଗୁରୁବାର ବୀରେନ୍ଦ୍ର ଆଇ୧୦ ଗ୍ରାଣ୍ଡ ଡିଜେଲ କାର୍ ଯୋଗେ ବୋଦଲାରୁ ବିଚପୁରୀ ଯାଉଥିଲେ । ରାତି ପ୍ରାୟ ୯ଟା ମସୟରେ ଅଛନେରା – ଭରତପୁର ରାସ୍ତାରେ ମାଘଟାଇ ତିରାହା ନିକଟରେ ହଠାତ୍ କୌଣସି ଏକ କାରଣବଶତଃ କାର୍ରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବୀରେନ୍ଦ୍ର କାର୍ ଭିତରେ ଫସିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦାବାରା ଖବର ପାଇ ପୋଲିସ ଓ ଅଗାନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ ମୃତଦେହକୁ ଜବତ କରି ନିଆଁ ଲାଗିବାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।










