ଇଲେକ୍ଟ୍ରି ଖୁଣ୍ଟିରେ ଧକ୍କା ହୋଇ ଜଳିଗଲା କାର । ଭୋର ସମୟରେ ଏକ ହୁଣ୍ଡାଇ କାର ଦ୍ରୁତ ଗତିରେ ପୁରୀ ଆଡୁ ଆସି ରାମଚଣ୍ଡୀ ମୁହାଁଣ ନିକଟ ଲୋଟସ ରିସର୍ଟ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଛି । କାରଟି ଇଲେକ୍ଟ୍ରି ଖୁଣ୍ଟିରେ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣାସ୍ଥଳରେ ୩ଟି ମୋବାଇଲ ଜଳିଯାଇଥିବା ଦେଖିବାକୁ ମିଳିଛି। ଗାଡ଼ିରେ ଖୋର୍ଦ୍ଧା ମୁକ୍ତାପୁର ଅଞ୍ଚଳର ୪ ଜଣ ଯୁବକ କୋଣାର୍କ ଚନ୍ଦ୍ରଭଗା ବୁଲିବାକୁ ଯାଇଥିଲେ ବୋଲି ଚନ୍ଦ୍ରଭଗା ମେରାଇନି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଖବର ପାଇ ଚମ୍ପାହର ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ କାରଟି ସମ୍ପୂର୍ଣ ଜଳି ଯାଇଥିଲା ।