25.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶଜଳିଗଲା କାର୍‌, ୯ ମୃତ

ଜଳିଗଲା କାର୍‌, ୯ ମୃତ

୫ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁଣେ : ଗୁରୁବାର ସନ୍ଧ୍ୟାରେ, ପୁଣେ ସହର ଉପକଣ୍ଠରେ ଥିବା ନାଭାଲେ ବ୍ରିଜ୍ ନିକଟରେ, ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁସାରେ ନାଭାଲେ ବ୍ରିଜ୍ ଉପର ଦେଇ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍‌ର ବ୍ରେକ୍ ହଠାତ୍ ଫେଲ୍ ହୋଇଯାଇଥିଲା। ଅନ୍ୟପକ୍ଷେ ଟ୍ରକ୍‌ର ଗତି ମଧ୍ୟ ବେଶ୍ ଅଧିକ ରହିଥିଲା ଯାହାଫଳରେ ଗାଡି ଉପରୁ ଡ୍ରାଇଭରଜଣକ ନିୟନ୍ତ୍ରଣ ହରାଇଥିଲେ। ଅନ୍ୟପକ୍ଷେ ଟ୍ରକ୍‌ଟି ଦ୍ରୁତଗତିରେ ଏକ କଣ୍ଟେନର ସହ ପ୍ରଥମେ ଧକ୍କା ହୋଇଥିଲା। ଏହାପରେ ଟ୍ରକ୍‌ଟି ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ୨୦ରୁ ୨୫ଟି ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା। ଏପରିକି ଟ୍ରକ୍ ଏବଂ କଣ୍ଟେନର ମଧ୍ୟରେ ଫସି ରହିଥିବା ଏକ କାରରେ ନିଆଁ ଲାଗିଯାଇଥିଲା। ଏହି କାର୍‌ରେ ୫ଜଣ ଯାତ୍ରୀ ସବାର ଥିବାବେଳେ ସେମାନେ ପ୍ରାଣ ହରାଇଛନ୍ତି।

ପୁଲିସ୍ ରିପୋର୍ଟ ଅନୁଯାୟୀ, ଭୋରଗାଓଁ ନିକଟ ଦେଇ ଯାଇଥିବା ପୁଣେ-ନାସିକ ରାଜପଥ (ଏନ୍‌ଏଚ୍‌-୪୮)ରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି କଣ୍ଟେନର ମଧ୍ୟରେ ଚାପି ହୋଇଗଲା ଏବଂ ନିଆଁ ଲାଗିବାର କିଛି ସେକେଣ୍ଡ ମଧ୍ୟରେ ନିଆଁରେ ପୋଡ଼ିଗଲା। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟପକ୍ଷେ ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ଦୁର୍ଘଟଣା ପରେ ରାଜପଥରେ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏହି ଘଟଣାରେ ହେଲ୍ପଲାଇନ୍ ନଂ (୧୦୩୩) ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking