ନୂଆଦିଲ୍ଲୀ: କାର–ବସ ଧକ୍କାରେ ୪ ଜଣ ଜୀବନ୍ତ ଦଗ୍ଧ । ଉତ୍ତରପ୍ରଦେଶରେ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ମୃତକଙ୍କ ମଧ୍ୟରେ ମହିଳା , ଶିଶୁ ମଧ୍ୟ ଅଛନ୍ତି । କାର- ବସ ଧକ୍କା ହେବା ଫଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଏନେଇ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀ ଗାଡି, ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ଥିଲା । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ କରାଯାଇଥିଲା ।










