25.1 C
Bhubaneswar
Sunday, February 22, 2026
Homeଓଡିଶାକାର୍‌-ବାଇକ୍ ଧକ୍କା, ୨ ଯୁବକ ମୃତ

କାର୍‌-ବାଇକ୍ ଧକ୍କା, ୨ ଯୁବକ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତେଲକୋଇ ଥାନା ସିରିଗିଡ଼ା ଗ୍ରାମର ମହେଶ୍ୱର ନାୟକ(୩୪) ଓ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୁରୁଡ଼ା ନାଳି ଗ୍ରାମର ଜିତୁ ନାୟକ (୨୪)। ଅନ୍ୟପକ୍ଷରେ କାର୍ ଚାଳକ ଦେବଗଡ଼ କଲା ଗ୍ରାମର ଶୁଭାଶିଷ ଦଳ ବେହେରା ଆହତ ହୋଇଛନ୍ତି। ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନାନୁଯାୟୀ ଶୁୁଭାଶିଷ କାର୍ ଯୋଗେ ତେଲକୋଇ ଅଭିମୁଖେ ଆସୁଥିବା ବେଳେ ବାଇକ୍ ଯୋଗେ ମହେଶ୍ୱର ଓ ଜିତୁ ତେଲକୋଇ ପଟୁ ଜଗମୋହନପୁୀ ଗ୍ରାମ ଆଡ଼କୁ ଯାଉଥିଲେ। ତେବେ ଗୋଲାବନ୍ଧ ଛକ ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ ଆରୋହୀ ଦ୍ୱୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲେ। ତେବେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking