ନୂଆଦିଲ୍ଲୀ: ଯାତ୍ରୀବାହୀ ଅଟୋରେ ବ୍ୟାଟେରୀ ବିସ୍ଫୋରଣ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ମହିଳାମାନେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ବିବାରର ମୁଜାଫରପୁରରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ମେଡିକାଲରେ ଆହତମାନଙ୍କୁ ଭର୍ତ୍ତି କରିଛନ୍ତି । ପୋଲିସର କହିବା ଅନୁସାରେ ମଧୁବାଣୀର ଖଜୌଲିରୁ ମୁଜାଫୁର ଆସୁଥିବା ବେଳେ ଅଘଟଣ ଘଟିଛି । ଗୟାଘାଟ ଥାନା ଅଞ୍ଚଳରେ ଅଟୋର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ମୃତ ମହିଳାଙ୍କ ନାମ କମରୁଲ ନିଶା । ସେ ମଧୁବାଣୀ ଜିଲ୍ଲାର ଖଜୌଲିର ଡୁମରିଆହିର ବାସିନ୍ଦା । ପୋଲିସ ଘଟଣା ବିଷୟରେ ମୃତକଙ୍କ ପରିବାରକୁ ସୂଚନା ଦେଇ ମାମଲାର ତଦନ୍ତ ଆରମ୍ଭ କରିଛି ।










