19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକାର୍ ଦୁର୍ଘଟଣାଗ୍ରସ୍ଥ: ଜଣେ ମୃତ, ୫ ଆହତ  

କାର୍ ଦୁର୍ଘଟଣାଗ୍ରସ୍ଥ: ଜଣେ ମୃତ, ୫ ଆହତ  

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ବଡ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ପାହାଡରୁ ପଥର ଖସଲିବା ଫଳରେ ଏକ କାର୍ ଖାତକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ ସମେତ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଏହି ଘଟଣା ରବିବାର ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟ୍‌ରେ କୁଣ୍ଡ ଏବଂ କାକରାଗଡ ମଧ୍ୟରେ କେଦାରନାଥ ଜାତୀୟ ରାଜପଥରେ ଘଟିଥିଲ।। ପାହାଡରୁ ପଥର ଖସିବା ଫଳରେ କାର୍‌ଟି ନିୟନ୍ତ୍ରଣ ହରାଇ ନଦୀ କୂଳରେ ଥିବା ଘାଟିରେ ପଡିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ବ୍ୟକ୍ତିଙ୍କୁ ଚେତାଶୂନ୍ୟ ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିବା ଦେଖିଥିଲେ। ସମସ୍ତଙ୍କୁ ତୁରନ୍ତ ଅଗସ୍ତ୍ୟମୁନିର ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।

ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଶାନ୍ତି ନଗର ନିବାସୀ ମୁକେଶ କୁମାର (୪୦)ଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରେ ତାଙ୍କ ପତ୍ନୀ ଅଞ୍ଜଳି ମୌର୍ଯ୍ୟ (୩୨), ଝିଅ ଅମୋଲି (୫), ଲକ୍ଷ୍ନୌ ନିବାସୀ ଅରୁଣ ମୌର୍ଯ୍ୟ (୪୦), ତାଙ୍କ ସ୍ତ୍ରୀ ରଚନା ଏବଂ ଅଢ଼େଇ ବର୍ଷର ଝିଅ ପିହୁ ଅନ୍ତର୍ଭୁକ୍ତ। ସେମାନେ କୁଣ୍ଡରୁ ରୁଦ୍ରପ୍ରୟାଗ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ସମୟରେ, କେଦାରନାଥ ବିଧାୟକ ଆଶା ନୌଟିୟାଲ ରୁଦ୍ରପ୍ରୟାଗ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କୁ ଫୋନ୍ କରି ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking