ଖଲ୍ଲିକୋଟ: ଖଲ୍ଲିକୋଟରେ ଘଟିଛି କାର୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୮ ଜଣ ଗୁରୁତର ଅଛନ୍ତି । ଖଲ୍ଲିକୋଟ ଥାନା ନାରାୟଣି ଛକରେ ଡିଭାଇଡର୍ରେ କାର୍ ପିଟିହୋଇ ଦୁର୍ଘଟଣା ଘଟିଛି । ଗୁରୁତରଙ୍କ ମଧ୍ୟରେ ୫ ଜଣ ଶିଶୁ, ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର । ଘଟଗାଁରୁ ମା’ତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା ଘଟିଛି ।










