16.1 C
Bhubaneswar
Sunday, December 21, 2025
Homeଓଡିଶାକାର ଦୁର୍ଘଟଣାରେ ଯୁବତୀ ମୃତ, ଡ୍ରାଇଭର ଗୁରୁତର

କାର ଦୁର୍ଘଟଣାରେ ଯୁବତୀ ମୃତ, ଡ୍ରାଇଭର ଗୁରୁତର

କଳାହାଣ୍ଡି: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ। ଗାଡ଼ି ଚାଳକ ସୁବ୍ରତ ଘିଭେଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଥିବାବେଳେ, ଆଜି ସକାଳେ ମୃତ ମାମୁନି କୌଣସି କାମରେ କାର୍ ଯୋଗେ ଭବାନୀପାଟଣା ଯାଉଥିଲେ। ଡ୍ରାଇଭର ସୁବ୍ରତ ଗାଡ଼ି ଚଳାଉଥିବା ବେଳେ ମାମୁନି ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ଗୋବରବାହାଲି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମାମୁନି ଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking